କରୋନା ଭାଇରସ ଭୟ: ରଙ୍ଗ ନୁହେଁ ଫୁଲରେ ଖେଳିଲେ ହୋଲି

ଅମୃତସର,୯।୩: କରୋନା ଭାଇରସ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଏହାଠାରୁ ଦୂରେଇ ରହିବା ପାଇଁ ସରକାରୀ ଓ ବେରସକାରୀ ସ୍ତରରେ ଆରମ୍ଭ ହୋଇଯାଇଛି ସଚେତନତା। ତେବେ କରୋନା ଭାଇରସକୁ ବ୍ୟାପିବାରୁ ରୋକିବାକୁ ଅଧିକାଂଶ ସ୍ଥାନରେ ହୋଲି ଖେଳକୁ ବାରଣ କରାଯାଇଛି। ସରକାର ହୋଲି ଖେଳିବା ସମୟରେ ପ୍ରାକୃତିକ ରଙ୍ଗ ବ୍ୟବହାର କରିବାକୁ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୋମବାର ପଞ୍ଜାବର ଅମୃତସରରେ ଲୋକେ ରଙ୍ଗ ବଦଳରେ ଫୁଲରେ ହୋଲି ଖେଳିଥିବା ଦେଖାଯାଇଛି।

Share