କରୋନା ଭାଇରସ ଭୟ: ସ୍ଥଗିତ ରହିଲା ଆଇଫା ଆଓ୍ବାର୍ଡ ଉତ୍ସବ

ମୁମ୍ବାଇ,୬।୩: ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଆୟୋଜିତ ହେବାକୁ ଥିବା ଇଣ୍ଟରନ୍ୟାଶନାଲ ଇଣ୍ଡିଆନ ଫିଲ୍ମ ଏକାଡେମୀ(ଆଇଫା) ଆଓ୍ବାର୍ଡକୁ ସ୍ଥଗିତ ରଖାଯାଇଛି। ଦେଶରେ କରୋନା ଭାଇରସକୁ ଦେଖି ମହାରାଷ୍ଟ୍ର ସରକାରଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣରେ ଏବେସୁଦ୍ଧା ଚାଇନାରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ହଜାରରୁ ଊର୍ଦ୍ଧ୍ୱ ଏବେବି ସଂକ୍ରମିତ ରହିଛନ୍ତି। କେବଳ ଚାଇନା ନୁହେଁ ଏବେ ଏହା ଇଟାଲୀ ଓ କୋରିଆରେ ତା’ର କାୟା ବିସ୍ତାର କରି ଚାଲିଛି। ଏପଟେ ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏହା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

Share