କରୋନା ଭାଇରସ୍‌: ମଣିଷଠାରୁ ବ୍ୟାପୁଛି ଗୃହପାଳିତ ପ୍ରାଣୀଙ୍କୁ!

ହଂକଂ,୨୯।୨: ଏପର୍ଯ୍ୟନ୍ତ କରୋନା ଭାଇରସ୍‌ ମଣିଷ ଶରୀରରୁ ମଣିଷକୁ ବ୍ୟାପୁଥିବା ସମସ୍ତେ ଜାଣିଛନ୍ତି। ହେଲେ ହଂକଂରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଡାକ୍ତରଙ୍କୁ ବି ଚିନ୍ତାରେ ପକାଇ ଦେଇଛି। ସେଠାରେ ଜଣେ ବ୍ୟକ୍ତି କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ତାଙ୍କ ପାଳିତ କୁକୁର(ପୋମେରେନିୟନ ପ୍ରଜାତି)କୁ କରୋନା ଭାଇରସ ସଂକ୍ରମିତ କରିଥିବା ସେ କହିଛନ୍ତି। କୁକୁରଟି ଅସୁସ୍ଥ ଥିବାରୁ ତା’ର ଚିକିତ୍ସା ପାଇଁ ମାଲିକ ୟୋବେନ ଚଉ ହୋ ୟି ତାକୁ ହସ୍ପିଟାଲ ନେଇଥିଲେ। ସେଠାରେ ତା’ର ପରୀକ୍ଷା କରାଯିବା ପରେ କୁକୁରଟି କରୋନା ଭାଇରସ୍‌ରେ ପୀଡିତ ବୋଲି ଜଣାପଡିଥିବା ଡାକ୍ତର କହିଛନ୍ତି। ଏହାପରେ କୁକୁରକୁ ୧୪ ଦିନ ପର୍ଯ୍ୟନ୍ତ ଅଲଗା ରଖାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି। ତେବେ ମଣିଷଠାରୁ ପୋଷା ଜୀବଙ୍କୁ କରୋନା ଭାଇରସ୍‌ ସଂକ୍ରମିତ ହେବା ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

Share