Categories: ଜାତୀୟ

କରୋନା ଭାଇରସ ସଂକ୍ରମଣରେ ପ୍ରଥମ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୩।୩: ଡରାଇଲାଣି କରୋନା ଭାଇରସ। ବେଳକୁ ବେଳ ଏହା ଭାରତରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। କର୍ନାଟକର ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏହା ଭାରତର କରୋନା ସଂକ୍ରମିତ ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି। ଫେବୃୟାରୀ ୨୯ରେ ଉକ୍ତ ବ୍ୟକ୍ତି ଜଣଙ୍କ ସୌଦି ଆରବରୁ ଫେରିଥିଲେ। ଏହାପରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତ କରାଯାଇଥିଲା। ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ତାଙ୍କ ରିପୋର୍ଟ ଆସିବା ପରେ ସେ କରୋନାରେ ପୀଡିତ ଥିବା ଜଣାପଡିଛି। ତେବେ ସୌଦି ଆରବରୁ ଫେରିବା ବେଳେକୁ ବିମାନ ବନ୍ଦରରେ ତାଙ୍କର ଯାଞ୍ଚ ସମୟରେ କରୋନାର କୌଣସି ଲକ୍ଷଣ ତାଙ୍କ ନିକଟରେ ଦେଖାଯାଇ ନ ଥିବା କୁହାଯାଉଛି। କିନ୍ତୁ ମାର୍ଚ୍ଚ ୫ରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share