କରୋନା ଭାଇରସ ସଂକ୍ରମଣରେ ହଲିଉଡ୍‌ ଅଭିନେତା ମାର୍କ ବ୍ଲମଙ୍କ ପରଲୋକ

ଲସ୍‌ ଆଞ୍ଜେଲସ୍‌,୨୭।୩: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ହଲିଉଡ୍‌ ଅଭିନେତା ମାର୍କ ବ୍ଲମଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି। ୬୯ ବର୍ଷୀୟ ମାର୍କ କରୋନାରେ ସଂକ୍ରମିତ ଥିବା କଥା କହିଛନ୍ତି Screen Actors Guildର ଏକଜ୍ୟୁକିଟିଭ ଭାଇସ୍‌ ପ୍ରେସିଡେଣ୍ଟ ରେବେକା ଦାମନ। ମାର୍କ “Desperately Seeking Susan” and “Crocodile Dundee” ଭଳି ଫିଲ୍ମରେ ଅଭିନୟ କରିଥିବା ବେଳେ ଜଣାଶୁଣା ଅଭିନେତା ଭାବେ ତାଙ୍କର ଥିଲା ଏକ ସ୍ବତନ୍ତ୍ର ପରିଚୟ। ୧୯୭୦ରେ ମାର୍କ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିବା ବେଳେ ଜଣେ ଆଗଧାଡିର କଳାକାର ଭାବେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ।

Share