Categories: ଜାତୀୟ

କରୋନା ଭାଇରସ: ସରକାର ଜାରି କଲେ ହ୍ବାଟସ୍‌ ଆପ୍‌ ହେଲ୍ପଡେସ୍କ

ନୂଆଦିଲ୍ଲୀ,୨୦।୩: କରୋନା ଭାଇରସରେ ଏବେ ଭାରତରେ ପାଖାପାଖି ୨୦୦୬ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହେଲାଣି। ଏହି କରୋନାକୁ ନେଇ ଲୋକେ କିପରି ଭୟଭୀତ ନ ହେବେ ସେଥିପ୍ରତି ସରକାର ସବୁ ପ୍ରକାର ପ୍ରସ୍ତୁତି କରୁଛନ୍ତି। ଏବେ କେନ୍ଦ୍ର ସରକାର ଶୁକ୍ରବାର ଏକ ହ୍ବାଟସ୍‌ ଆପ୍‌ରେ ମାଇଜିଓଭି କରୋନା ହେଲ୍ପଡେସ୍କ ନାମରେ ଏକ ହ୍ବାଟସ୍‌ ଆପ୍‌ ଚାଟବୁଟ ଆରମ୍ଭ କରିଛନ୍ତି ଯାହା ମାଧ୍ୟମରେ ଭାରତର ଯେ କୌଣସି ବ୍ୟକ୍ତି କରୋନା ସମ୍ପର୍କିତ ପ୍ରଶ୍ନ ପଚାରି ପାରିବେ। ଏଥିପାଇଁ ଦିଆଯାଇଥିବା ନମ୍ବରଟି ହେଉଛି ୯୦୧୩୧୫୧୫୧୫। ଏହି ଫୋନ୍‌ ନମ୍ବରଟିକୁ ନିଜ ନିଜ ମୋବାଇଲରେ ସେଭ୍‌ କରିବା ପରେ ହ୍ବାଟସ୍‌ ଆପ୍‌ ଜରିଆରେ ଜଣେ କରୋନା ସମ୍ପର୍କିତ ସମସ୍ତ ପ୍ରଶ୍ନ ପଚାରି ପାରିବେ। କରୋନାକୁ ନେଇ ଗୁଜବ ସ୍‌ୃଷ୍ଟି ହେଉଥିବା ବେଳେ ଲୋକେ ଏହାକୁ ନେଇ ଭୟଭୀତ ମଧ୍ୟ ହୋଇ ଯାଉଛନ୍ତି। ତେଣୁ ଲୋକଙ୍କ ମନରୁ ଭୟ ଦୂର କରି ସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ସରକାର ଏହି ହ୍ବାଟସ୍‌ ଆପ୍‌ ହେଲ୍ପଡେସ୍କ ଆରମ୍ଭ କରିଥିବା କୁହାଯାଉଛି।

Share