କରୋନା ଭାଇରସ: ସିଲ୍‌ ହେଲା ସିଆର୍‌ପିଏଫ୍‌ ମୁଖ୍ୟାଳୟ

ନୂଆଦିଲ୍ଲୀ,୩।୫: ରାଜଧାନୀ ଦିଲ୍ଲୀରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ଜଣେ ଅଧିକାରୀଙ୍କ ଘରୋଇ ସଚିବ କରୋନା ସଂକ୍ରମିତ ହେବା ପରେ ଏବେ ସିଆର୍‌ପିଏଫ୍‌ର ମୁଖ୍ୟାଳୟକୁ ରବିବାର ସିଲ୍‌ କରି ଦିଆଯାଇଛି। ସଂକ୍ରମିତ ବ୍ୟକ୍ତି ନିୟମିତ ଭାବେ ଲୋଧି ରୋଡ୍‌ରେ ଥିବା କାର୍ଯ୍ୟାଳୟକୁ ଆସୁଥିବାରୁ ଏହାକୁ ସିଲ୍‌ କରି ଦିଆଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ କରି କେତେଜଣ ଅଧିକାରୀ ହୋମ କ୍ୱାରାଣ୍ଟାଇନରେ ରହିଛନ୍ତି। କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରିବା ପରେ କାମ ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି। ତେବେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି। ସୂଚନାଯୋଗ୍ୟ, ଶନିବାର ସିଆର୍‌ପିଏଫ୍‌ର ୬୮ ଯବାନ କରୋନାରେ ସଂକ୍ରମିତ ହୋଇଥିବା ତଥ୍ୟ ସାମ୍ନାକୁ ଆସିଥିଲା।

Share