କରୋନା ଭୂତାଣୁଠାରୁ ଅଧିକ ଭୟଙ୍କର ସୋସିଆଲ୍‌ ମିଡ଼ିଆ ଗୁଜବ: ଧ୍ୟାନ ନ ଦେବାକୁ ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ,୭।୪: ଭାରତରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଉଥିବା କିଛି ଗୁଜବକୁ ନେଇ ସରକାର ବେଶ୍‌ ଚିନ୍ତାରେ ପଡ଼ିଛନ୍ତି। କରୋନା ଭୂତାଣୁଠାରୁ ସୋସିଆଲ ମିଡ଼ିଆର ଗୁଜବ ଅଧିକ ଭୟଙ୍କର ବୋଲି ଦିଲ୍ଲୀ ପୋଲିସ କହିଛି। ଏଥିପ୍ରତି ଧ୍ୟାନ ନ ଦେବାକୁ ସରକାରଙ୍କ ସହିତ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। କେତେକ ଅସାମାଜିକ ବ୍ୟକ୍ତି ବିଶେଷ ସୋସିଆଲ ମିଡ଼ିଆର ସାହାରା ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ଫେକ୍‌ ନ୍ୟୁଜ୍‌ ନାମକ ଏକ ଭେରିଫିକେଶନ ମଡ୍ୟୁଲ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଗୁଜବ ସମ୍ପର୍କରେ ସୂଚନା ରହିଛି। ଏହାକୁ ଦିଲ୍ଲୀ ପୋଲିସର ଓ୍ବେବ୍‌ ସାଇଟ୍‌ delhipolice.nic.inରେ ସଂଯୁକ୍ତ କରାଯାଇଛି। ଏହା ସହିତ ଦିଲ୍ଲୀ ପୋଲିସ ପକ୍ଷରୁ ହେଲ୍ପ୍‌ ଲାଇନ୍‌ ନମ୍ବର ୨୩୪୬୯୫୨୬ ଜାରି ହୋଇଛି। ଇତିମଧ୍ୟରେ ଏହି ନମ୍ବରରେ ୧୩,୧୧୯ କଲ୍‌ ଆସିଥିବା ଦିଲ୍ଲୀ ପୋଲିସ କହିଛି। ସେଥିମଧ୍ୟରୁ କେତେକ କଲ୍‌ ଦିଲ୍ଲୀ ବାହାରୁ ମଧ୍ୟ ଆସିଥିବା କୁହାଯାଉଛି।

Share