ଓ୍ବାଶିଂଟନ,୪।୫: ଚାଇନାର ଉହାନ୍ ସ୍ଥିତ ଲ୍ୟାବ୍ରୁ କରୋନା ଭୂତାଣୁ ଲିକ୍ ହୋଇଥିବାର ପ୍ରମାଣ ରହିଛି। ଏନେଇ ଆମେରିକା ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାଇକ୍ ପୋମ୍ପିଓ ସୂଚନା ଦେଇଛନ୍ତି। ପୂର୍ବରୁ ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଉନାକୁ ଦାୟୀ କରୁଥିବାବେଳେ ଏବେ ପୋମ୍ପିଓ ଏହାକୁ ସମର୍ଥନ କରିଛନ୍ତି। ଆମେରିକା ଗୁପ୍ତଚର ସଂସ୍ଥା ପାଖରେ ଏହାର ଉପଯୁକ୍ତ ପ୍ରମାଣ ରହିଥିବା ସେ କହିଛନ୍ତି। ଚାଇନାର ଜୈବିକ ଯୁଦ୍ଧାସ୍ତ୍ର ନିର୍ମାଣ ଲ୍ୟାବ୍ରୁ କରୋନା ଭୁତାଣୁ ଅସାବଧାନତା ଯୋଗୁ ବାହାରକୁ ଆସିଥିବା ନେଇ କରୋନା ସଂକ୍ରମଣ ହେବା ପରେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଥିଲା। ଏବେ ଟ୍ରମ୍ପ୍ଙ୍କ ପରେ ପୋମ୍ପିଓ ଏଭଳି ସମ୍ଭାବନାକୁ ସମର୍ଥନ କରିଛନ୍ତି। ଏହାକୁ ନେଇ ପୁଣିଥରେ ଆଲୋଚନା ଆରମ୍ଭ ହୋଇଛି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍