କରୋନା ଭୂତାଣୁ ଡିପ୍‌ ଫ୍ରିଜରରେ ବି ବଞ୍ଚିରୁହେ ୨୮ ଦିନ !

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୪: କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଖାଦ୍ୟ ସାମଗ୍ରୀ, ପନିପରିବା ଆଦିକୁ ସତେଜ ରଖିବା ପାଇଁ ଘରେ ସଭିଏଁ ଫ୍ରିଜର ବ୍ୟବହାର କରିଥାନ୍ତି। ସେହିପରି ବିଭିନ୍ନ ମଲ୍‌ ଏବଂ ଖାଦ୍ୟ ସାମଗ୍ରୀ ଷ୍ଟୋରରେ ମଧ୍ୟ ଫିଜରର ବ୍ୟବହାର କରାଯାଇଥାଏ। ତେବେ କରୋନା ଭୂତାଣୁ ଡିପ୍‌ ଫ୍ରିଜରରେ ବି ୨୮ ଦିନ ପର୍ଯ୍ୟନ୍ତ ବଞ୍ଚିରୁହେ ବୋଲି ଗବେଷକ ସତର୍କ ସୂଚନା ଜାରି କରିଛନ୍ତି। ଆମେରିକାର ଗ୍ଲେଡ୍‌ଷ୍ଟୋନ୍‌ ଇନଷ୍ଟିଚ୍ୟୁଟ୍‌ରେ ହୋଇଥିବା ଏକ ଗବେଷଣା ରିପୋର୍ଟ ଏହା ଦର୍ଶାଯାଇଛି। ସେଥିପାଇଁ ନିୟମିତ ବ୍ୟବଧାନରେ ଫ୍ରିଜରକୁ ସଫା କରିବା ସହିତ ସାନିଟାଇଜ୍‌ କରିବାର ଆବଶ୍ୟକତା ରହିଛି। କୌଣସି ଖାଦ୍ୟ ସାମର୍ଗୀ ଅବା ପନିପରିବାକୁ ଫ୍ରିଜରରେ ରଖିବା ପୂର୍ବରୁ ଭଲଭାବେ ସଫା କରିବା ଉଚିତ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଅଧିକ ନିମ୍ନ ତାପମାତ୍ରାରେ କୌଣସି ରୋଗସୃଷ୍ଟିକାରୀ ପରଜୀବୀ ଜୀବିତ ରହି ପାରି ନ ଥାନ୍ତି ବୋଲି ଲୋକେ ପ୍ରାୟତଃ ଚିନ୍ତା କରିଥାନ୍ତି। ତେବେ ସାର୍ସ ଭୂତାଣୁ ସଂକ୍ରମଣ ଉପରେ ଆମେରିକାର ମାଇକ୍ରୋବାୟୋଲୋଜି ସୋସାଇଟି ପକ୍ଷରୁ ହୋଇଥିବା ଅଧ୍ୟୟନରେ ସୂଚିତ କରାଯାଇଛି ଯେ, ବହୁ ଭୂତାଣୁ ନିମ୍ନ ତାପମାତ୍ରାରେ ମଧ୍ୟ ସକ୍ରିୟ ରହିପାରିଥାନ୍ତି।

Share