Categories: ଜାତୀୟ

କରୋନା ଭୂତାଣୁ ନମୁନା ଚିହ୍ନଟରେ ଭାରତ ପଞ୍ଚମ ରାଷ୍ଟ୍ର

ନୂଆଦିଲ୍ଲୀ,୧୫ା୩ : ମାନବ ଶରୀର ବାହାରେ କରୋନା ଭୂତାଣୁକୁ ସଫଳତାର ସହ ଚିହ୍ନଟ କରି ଅଲଗା କରିବାରେ ଭାରତ ପଞ୍ଚମ ରାଷ୍ଟ୍ର ବୋଲି କୁହାଯାଉଛି। ପୂର୍ବରୁ ଚାଇନା, ଜାପାନ, ଥାଇଲାଣ୍ଡ ଓ ଆମେରିକା ଏଭଳି ସଫଳ ପଦକ୍ଷେପ ନେଇଛନ୍ତି। ଅର୍ଥାତ୍‌ ଏହି ଦେଶର ବୈଜ୍ଞାନିକମାନେ ମାନବ ଶରୀର ବାହାରେ ଉକ୍ତ ଭୂତାଣୁର ସଠିକ୍‌ ନମୁନା ପାଇବାକୁ ସକ୍ଷମ ହୋଇଛନ୍ତି। ଔଷଧ, ଟିକା ଓ ତ୍ୱରିତ୍‌ ରୋଗ ନିରୂପଣ କିଟ୍‌ ପ୍ରସ୍ତୁତିରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି।

Share