କରୋନା ଭୂତାଣୁ ପାଇଁ ଆତଙ୍କିତ ହେବାର ନାହିଁ, ସରକାର ଅଛନ୍ତି ପ୍ରସ୍ତୁତ: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର, ୨୮।୧(ବ୍ୟୁରୋ): କରୋନା ଭୂତାଣୁର ମୁକାବିଲା ପାଇଁ ସତର୍କ ଅଛନ୍ତି ରାଜ୍ୟ ସରକାର। ତେଣୁ ଏନେଇ ଆତଙ୍କିତ ହେବାର ନାହିଁ ବୋଲି ମଙ୍ଗଳବାର ସବୁ ଜିଲାର ସିଡିଏମଓଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଏହା କହିଛନ୍ତି। କରୋନା ଭୂତାଣୁ ନେଇ ସମସ୍ତ ଜିଲା ମୁଖ୍ୟ ଡାକ୍ତରଖାନାରେ କିପରି ଭାବରେ ପ୍ରସ୍ତୁତି ସହ ସଜାଗ ରହିବେ, ସେ ନେଇ ଆଲୋଚନା କରାଯାଇଛି। ଏହି ରୋଗ ପାଇଁ ଔଷଧ ନ ଥିବାରୁ ପ୍ରତିଷେଧକ ଉପରେ ଗୁରୁତ୍ୱ ଦିଆଯାଇଛି। ଚାଇନାରୁ ଫେରିଥିବା କାକଟପୁର ଯୁବକଙ୍କ ଶରୀରରେ କେବଳ ଥଣ୍ଡା ଲକ୍ଷଣ ଦେଖାଯାଇଛି। ଏହାବ୍ୟତୀତ ଅଧିକ କିଛି ମିଳିନାହିଁ ବୋଲି ସଚିବ କହିଛନ୍ତି।

Share