କରୋନା ଭୂତାଣୁ ପ୍ରାକୃତିକ ଅବା ଲ୍ୟାବ୍‌ରେ ତିଆରି, ବିଶେଷଜ୍ଞ ଦେଲେ ଏଭଳି ଉତ୍ତର…

ଓ୍ବାଶିଂଟନ,୨୪।୫: କରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବା ସନ୍ଦେହ କରାଯାଉଛି। ତେବେ ଏପରିସ୍ଥଳେ ଆମେରିକାର ବିଶେଷଜ୍ଞ ଡ. ଆନ୍ଥୋନୀ ଫାଉଚି ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଛନ୍ତି। ସେ କହିଛନ୍ତି ଯେ, କରୋନା ଏକ ପ୍ରାକୃତିକ ରୋଗ ଏହା ସ୍ବୀକାର କରିବା ସହଜ ନୁହେଁ। ଏହା ଉପରେ ଅଧିକ ତଦନ୍ତ ହେବାର ଆବଶ୍ୟକତା ରହିଛି। ଚାଇନାରେ ଏଭଳି କେଉଁ ପ୍ରକାର ଅସୁବିଧା ହେଲା ଯେ ସେଠାରେ କରୋନା ସଂକ୍ରମଣ ହେଲା ତାହାର କାରଣ ଖୋଜିବା ଏବେ ଜରୁରୀ ହୋଇ ପଡ଼ିଥିବା ସେ କହିଛନ୍ତି।

Share