କରୋନା ଭ୍ୟାକ୍ସିନ ତିଆରି ହେବାକୁ ଚାହୁଁନାହିଁ ଚାଇନା !

ଓ୍ବାଶିଂଟନ,୫।୫: ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ହେବା ପରେ ଏବେ ଚାଇନା ଉପରେ ଆସୁଛି ବିଭିନ୍ନ ପ୍ରକାର ଅଭିଯୋଗ। କାରଣ ଦାବି କରାଯାଉଛି କି କରୋନା ଭାଇରସ ଚାଇନା ଲ୍ୟାବରୁ ଏକ ଜୈବିକ ଯୁଦ୍ଧାସ୍ତ୍ର ଭାବେ ଏବେ ସାରା ବିଶ୍ୱକୁ ବ୍ୟାପି ଯାଇଛି। ଅଭିଯୋଗ କରାଯାଉଛି କି ଚାଇନା କରୋନା ସଂକ୍ରମଣ ପୂର୍ବରୁ ବିଶ୍ୱକୁ ଏସମ୍ପର୍କରେ କୌଣସି ସୂଚନା ନ ଦେବାରୁ ଏବେ ପରିସ୍ଥିତି ଅଣାୟତ ହୋଇଛି। ଏବେ ଆମେରିକା, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର ଗୁଇନ୍ଦା ସଂସ୍ଥା ଦାବି କରୁଛନ୍ତି କି ଚାଇନା କରୋନା ଭ୍ୟାକ୍ସିନ ତିଆରି ହେବାକୁ ଦେଉନାହିଁ। ଦି ସନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଉକ୍ତ ୫ ଦେଶର ବୈଜ୍ଞାନିକମାନେ ୧୫ ପୃଷ୍ଠାର ଏକ ଡୋଜିୟର(ନଥି)ରେ ଚାଇନା ବିଶ୍ୱକୁ ଏତେ ଶୀଘ୍ର କରୋନା ଭ୍ୟାକ୍ସିନ ମିଳିଯାଉ ବୋଲି ଚାହୁଁ ନଥିବା ଉଲ୍ଲେଖ କରାଯାଇଛି। ସେଥିପାଇଁ ସେ କିଛି ଦେଶକୁ କରୋନାର ଲାଇଭ୍‌ ସାମ୍ପଲ ଦେବାକୁ ମନା କରି ଦେଉଛି। ଏହାସହ ଚାଇନା କୌଣସି ବୈଜ୍ଞାନିକଙ୍କୁ ଗ୍ରାଉଣ୍ଡ ଜିରୋକୁ ଯିବାକୁ ଅଥବା କେଶ ଜିରୋ ସହ ସାକ୍ଷାତ୍‌ କରିବାକୁ ଅନୁମତି ପ୍ରଦାନ କରୁନାହିଁ ବୋଲି କୁହାଯାଉଛି। ଏହି ଡୋଜିୟର ଆଧାରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଚାଇନା ଉପରେ ବର୍ଷୁଛନ୍ତି ବୋଲି କୁହାଯାଉଛି। ଉକ୍ତ ଡୋଜିୟରରେ ଉଲ୍ଲେଖ କରାଯାଇଛି, କରୋନା ମଣିଷରୁ ମଣିଷକୁ ବ୍ୟାପୁଥିବା କଥା ଚାଇନା ବାରମ୍ବାର ମନା କରି ଆସୁଥିବା ବେଳେ ଏ ସମ୍ପର୍କରେ ତାକୁ ସମସ୍ତ ସୂଚନା ଜଣାଥିଲା। ହେଲେ ଏକଥା ସେ ସ୍ପଷ୍ଟ ନ କରିବାକୁ ଏବେ ୟୁରୋପ, ଆମେରିକାରେ କରୋନା ସ୍ଥିତି ଅଣାୟତ ହୋଇଗଲା। ଆହୁରି ମଧ୍ୟ କରୋନା ସମ୍ପର୍କରେ ଯେଉଁ ଡାକ୍ତର ଓ ଖବରଦାତା ସୂଚନା ଦେବାକୁ ଆରମ୍ଭ କରିଥିଲେ ସେମାନଙ୍କୁ ସେ ନିଖୋଜ କରିଦେଇଥିଲା। ତେବେ ଉହାନ ଲ୍ୟାବରେ ଏହାର ପରୀକ୍ଷା କରାଯାଉଥିବା ବେଳେ କୌଣସି ପ୍ରକାର ସତର୍କତା ଗ୍ରହଣ କରା ନ ଯାଇ ଥିବାରୁ ଏବେ ଏହା ସାରା ବିଶ୍ୱକୁ ବ୍ୟାପିଯାଇଥିବା କୁହାଯାଏ। ତେବେ ଯେଉଁ ଲ୍ୟାବରେ କରୋନାର ପରୀକ୍ଷା କରାଯାଉଥିଲା ସେହି ଲ୍ୟାବକୁ ଚାଇନା ନଷ୍ଟ କରିଦେବା ସହ ଏଥିରେ କାମ କରୁଥିବା ଲୋକଙ୍କୁ ମଧ୍ୟ ନିଖୋଜ କରିଦେଇଥିବା କହିଛି ଉକ୍ତ ୫ ଦେଶର ଗୁଇନ୍ଦା ସଂସ୍ଥା।

Share