Categories: ଜାତୀୟ

କରୋନା ଭୟରେ ଆତଙ୍କିତ ଭାରତୀୟ ନାଗରିକ: ବିମାନକୁ ଏୟାରଲିଫ୍ଟ ପାଇଁ ଅନୁମତି ଦେଉନି ଚାଇନା

ବେଜିଂ,୨୨।୨: ଚାଇନାରେ କରୋନା ମହାମାରୀ ଯୋଗୁ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୨୩୪୫ରେ ପହଞ୍ଚିଛି। ସେହିପରି ୭୬ ହଜାର ୨୮୮ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଚାଇନାରେ ଥିବା ଭାରତୀୟ ଅବସ୍ଥା ମଧ୍ୟ ଖରାପ ହେବାରେ ଲାଗିଛି। ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁୂ ଯାଇଥିବା ଏୟାର ଇଣ୍ଡିଆ ବିମାନକୁ ଏୟାରଲିଫ୍ଟ କରିବାକୁ ଚାଇନା ପ୍ରଶାସନ ଅନୁମତି ଦେଉ ନ ଥିବା କେତେକ ଭାରତୀୟ ଅଧିକାରୀ ଅଭିଯୋଗ କରିଛନ୍ତି। ଫଳରେ ଏଠାରେ ଥିବା ଭାରତୀୟ ନାଗରିକ କରୋନା ଭୟରେ ଆତଙ୍କିତ ହୋଇପଡ଼ିଛନ୍ତି। ପୃଥିବୀର ବହୁ ଦେଶ ପକ୍ଷରୁ ଚାଇନାରୁ ସେମାନଙ୍କ ନାଗରିକଙ୍କୁ ଫେରାଇ ଆଣିବାକୁ ଉଡ଼ାଣ ଅବ୍ୟାହତ ରହିଛି। ଚାଇନା ଅନ୍ୟ ସବୁ ଦେଶକୁ ଏୟାରଲିଫ୍ଟ ପାଇଁ ଅନୁମତି ଦେଉଥିଲେ ମଧ୍ୟ ଭାରତକୁ ଅନୁମତି ଦେଉ ନ ଥିବା କୁହାଯାଉଛି। ସେହିପରି ଭାରତର ରିଲିଫ୍‌ ବିମାନକୁ ଚାଇନା ଅନୁମତି ମିଳୁ ନାହିଁ। ଚାଇନା ଏଭଳି କାହିଁକି କରୁଛି ତାହା ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, କରୋନା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଚିଠି ଲେଖିଥିଲେ। ତେବେ ଚାଇନା ରିଲିଫ୍‌ ଏବଂ ଏୟାରଲିଫ୍ଟ ନେଇ ଏଭଳି ମନୋଭାବ ପ୍ରଦର୍ଶନ କରିବା ପଛରେ ଥିବା ରହସ୍ୟ ଜଣାପଡ଼ି ନ ଥିବା କୁହାଯାଉଛି।

Share