କରୋନା ଭୟରେ ଘରେ ରହି ଗାଜର ହାଲଓ୍ବା ଖାଉଛନ୍ତି କରୀନା

ସାରା ବିଶ୍ୱ ଏବେ କରୋନା ଭୟରେ। ଏହାକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପ୍ରାୟ ସବୁ ଫିଲ୍ମ ଶୁଟିଂ ବନ୍ଦ ହୋଇଯାଇଛି। କଳାକାରମାନେ ଆଉ ଘରୁ ବାହାରକୁ ବାହାରୁ ନାହାନ୍ତି। ଅଭିନେତ୍ରୀ କରୀନା କପୁର ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ସେ ଆଉ ବାହାରକୁ ନ ବାହାରି ଘରେ ଆରାମ କରୁଛନ୍ତି। ଘରେ ସେ ନିଜ ମନ ପସନ୍ଦର ଖାଦ୍ୟ ଖାଇ ସମୟ ବିତାଉଛନ୍ତି। ନିକଟରେ ଗାଜର ହାଲଓ୍ବା ଖାଉଥିବାର ଏକ ଫଟୋ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଏଥିରେ କ୍ୟାପ୍‌ସନ୍‌ ଲେଖିଛନ୍ତି, ମିଠା ଆପଣଙ୍କ ପେଟକୁ ନୁହେଁ ହୃଦୟକୁ ଛୁଇଁବ।

Share