କରୋନା ଭୟରେ ଟ୍ରେନ୍‌ ସିଟ୍‌ ସଫା କଲେ ରବୀନା

କରୋନାକୁ ନେଇ ସମସ୍ତଙ୍କ ମନରେ ଭୟ। ଏ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାର ପର୍ଯ୍ୟନ୍ତ କେହି ହେଲେ ଘରୁ ବାହାରକୁ ବାହାରୁ ନାହାନ୍ତି। ଅଭିନେତ୍ରୀ ରବୀନା ଟଣ୍ଡନ କରୋନା ଭୟରେ ଟ୍ରେନ୍‌ ସିଟ୍‌ ସଫା କରୁଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିକୁ ରବୀନା ନିଜ ଇନ୍‌ଷ୍ଟ୍ରାଗ୍ରାମ୍‌ ଆକାଣ୍ଟରେ ଶେୟାର କରିଛନ୍ତି। କରୋନା ଭୟରେ ସେ ଟ୍ରେନ୍‌ ସିଟ୍‌ ସଫା କରୁଛନ୍ତି। ଏହାକୁ ଶେୟାର କରିବା ସହ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ଟ୍ରେନ୍‌ରେ ଯାତ୍ରା କରିବାକୁ ଯାଉଛି। ବସିବା ପୂର୍ବରୁ ସିଟ୍‌ ଏବଂ କେବିନକୁ ଓଦା ଓ୍ବାଇପର, ସାଇଟାଜରରେ କିଟାଣୁ ମୁକ୍ତ କରୁଛି। ଏପରି କରିବା ଦ୍ୱାରା ମୋର ଯାତ୍ରା ସଫଳ ହେବ। ସମସ୍ତେ ଯାତ୍ରା କରିବା ପୂର୍ବରୁ ଏହିଭଳି କରିବାକୁ ସେ କହିଛନ୍ତି।

Share