କରୋନା ଭୟରେ ଡାଏନୋସର ପୋଷାକ

ନୂଆଦିଲ୍ଲୀ, ୨୭।୩- କରୋନାକୁ ନେଇ ବିଶ୍ୱବାସୀ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଅଦ୍ୟାବଧି ଏହା ବିଶ୍ୱର ୧୯୯ ଦେଶକୁ ବ୍ୟାପି ସାରିଥିବା ବେଳେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଲାଣି। ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ କରାଯାଇଛି। ତେବେ ସଂକ୍ରମଣରୁ ନିଜକୁ ଓ ନିଜ ଆତ୍ମୀୟଙ୍କୁ ରକ୍ଷାକରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଉପାୟ ଆପଣାଉଥିବା ଦେଖାଯାଉଛି। ନିକଟରେ ଜଣେ ବ୍ୟକ୍ତି ବିମାନରେ ଯାତ୍ରା କରୁଥିବା ବେଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଡାଏନୋସର ଭଳି ଦେଖାଯାଉଥିବା ଏକ ପୋଷାକ ପିନ୍ଧିଥିଲେ। ସେଠାରେ ଥିବା ଜଣେ ଇନ୍‌ଷ୍ଟାଗ୍ରାମ୍‌ ୟୁଜର ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ଭୂତାଣୁଠାରୁ ରକ୍ଷାପାଇବା ପାଇଁ ଏହା ସବୁଠାରୁ ଭଲ ପୋଷାକ। ସେ ଏହି ପୋଷାକ ପିନ୍ଧି ସତରେ ଫ୍ଲାଇଟ୍‌ରେ ଯାତ୍ରା କରିଛନ୍ତି। ଗୋଟିଏ ଫଟୋରେ ସେ ବୋର୍ଡିଂ ଗେଟ୍‌ ପାଖକୁ ଯାଉଥିବା ଦେଖାଯାଉଥିବା ବେଳେ ଦ୍ୱିତୀୟ ଫଟୋରେ ସେ ବୋର୍ଡିଂ ପାସ୍‌ ସ୍ବାଇପ୍‌ କରୁଥିବା ଦେଖାଯାଉଛି। ସେ ଡାଏନୋସର ଭଳି ପୋଷାକ ପିନ୍ଧିଥିବା ବେଳେ ସେହିଭଳି ଏକ ଗ୍ଲୋବ୍‌ସ ମଧ୍ୟ ପିନ୍ଧିଥିବା ଦେଖାଯାଉଛି।

Share