କରୋନା ଭୟରେ ଶୁଟିଂ ବନ୍ଦକଲେ ସଲମାନ

ସାରା ବିଶ୍ୱ ଏବେ କରୋନା ଭାଇରସକୁ ନେଇ ଚିନ୍ତାରେ। ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନେକ କଳାକାର ଅନ୍ୟ ସ୍ଥାନକୁ ଯିବା ବନ୍ଦ କରିଦେଇଛନ୍ତି। ସଲମାନ୍‌ ଖାନ୍‌ ମଧ୍ୟ କରୋନା ଭୟରେ ନିଜ ଶୁଟିଂ ବନ୍ଦ କରିଛନ୍ତି। ତାଙ୍କ ଆଗାମୀ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ ର ଶୁଟିଂ ଥାଇଲ୍ୟାଣ୍ଡରେ ହେବାର ରହିଥିଲା। ମାତ୍ର ସଲମାନ୍‌ ଏବଂ ଫିଲ୍‌ର ଅନ୍ୟ ଟିମ୍‌ କୌଣସି ରିକ୍ସ ନେବାକୁ ଚାହୁଁ ନାହାନ୍ତି। ତେଣୁ ଥାଇଲ୍ୟାଣ୍ଡରେ ଶୁୁଟିଂ ହେବାକୁ ଥିବା ଫିଲ୍ମର କେତୋଟି ଦୃଶ୍ୟ ମୁମ୍ବାଇରେ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share