Advertisement

କରୋନା ଭୟରେ ହାତ ନୁହେଁ ଗୋଡ଼ ମିଳାଉଛନ୍ତି ଲୋକେ, ଭିଡିଓ ଭାଇରାଲ

କରୋନାକୁ ନେଇ ଚାରିଆଡ଼େ ଭୟର ବାତାବରଣ। ସାମାନ୍ୟ ଥଣ୍ଡା ଜ୍ୱରରୁ ବ୍ୟାପୁଥିବା ଏହି ରୋଗଠାରୁ ଦୂରେଇ ରହିବା ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି। ଭାରତରେ ମଧ୍ୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏ ସବୁ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଚର୍ଚ୍ଚାକୁ ଆସୁଛି। ଭିଡିଓରେ ଲୋକମାନେ ହାତ ନୁହେଁ, ବରଂ ଗୋଡ଼ ମିଳାଉଥିବା ଦେଖାଯାଉଛି। କରୋନା ଭୟରେ ସେମାନେ ଏଭଳି କରୁଥିବା କୁହାଯାଉଛି।

ତେବେ କରୋନା ସଂକ୍ରମଣରୁ ଦୂରରେ ରହିବା ଲାଗି ହାତ ମିଳାଇବାକୁ ମନା କରାଯାଇଛି। ଏପରି କି ଆଲିଙ୍ଗନ ନ କରିବାକୁ ପରାମର୍ଶ ଦିଆଯାଇଛି। ଛୁଇଁବା ମାତ୍ରକେ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏଣୁ ପରିବେଶକୁ ସ୍ବଚ୍ଛ ରଖିବା ଏବଂ ବାରମ୍ବାର ହାତ ଧୋଇବା ଆଦି ଅନେକ ଆଡ୍‌ଭାଇଜରି ଜାରି ହୋଇଛି।

ଚାଇନାରେ ପ୍ରଥମେ ଦେଖାଦେଇଥିବା ଏହି ରୋଗ ଏବେ ଅନେକ ଦେଶକୁ ବ୍ୟାପିଲାଣି। ଭାରତରେ ୨୮ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇସାରିଛି। ସେମାନଙ୍କ ମଧ୍ୟରୁ ୧୫ ବିଦେଶୀ ନାଗରିକ ଥିବା ଜଣାପଡ଼ିଛି। ଦିଲ୍ଲୀର ଆଇଟିବିପି ଆଇସୋଲେଶନ ସେଣ୍ଟରରେ ସେମାନଙ୍କ ଚିକିତ୍ସା ଚାଲିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel