କରୋନା ଭୟ: ଆଇସୋଲେଶନରେ ଦିଲ୍ଲୀପ କୁମାର

ମୁମ୍ବାଇ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିଥିବା ବେଳେ ଭାରତରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ବଲିଉଡ୍‌ର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଆଇସୋଲେଶନରେ ରଖାଯାଇଥିବା ଜଣାପଡିଛି। ଅଭିନେତା ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କରୋନା ଭାଇରସ କାରଣରୁ ତାଙ୍କୁ ଆଇସୋଲେଶନ ଓ କ୍ୱାରାଣ୍ଟାଇନରେ ରଖାଯାଇଛି। ପତ୍ନୀ ସାଇରା ବାନୁ ତାଙ୍କର ସମସ୍ତ ଯତ୍ନ ନେଉଥିବା ବେଳେ ଯେମିତି ତାଙ୍କୁ କୌଣସି ସଂକ୍ରମଣ ନ ହେବ ସେଥିପ୍ରତି ସାଇରା ବିଶେଷ ଧ୍ୟାନ ଦେଇଛନ୍ତି ବୋଲି ଟ୍ରାଜେଡି କିଙ୍ଗ ଉଲ୍ଲେଖ କରିଛନ୍ତି। ୯୭ ବର୍ଷୀୟ ଅଭିନେତା ଦିଲ୍ଲୀପ କୁମାର ଆହୁରି ମଧ୍ୟ କହିଛନ୍ତି କରୋନା ଦାଉରୁ ରକ୍ଷା ପାଇବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ମାନି ଚଳନ୍ତୁ ଓ ଯେତେ ସମ୍ଭବ ନିଜକୁ ଘରେ ରଖିବାକୁ ଚେଷ୍ଟା କରନ୍ତୁ।

Share