କରୋନା ଭୟ: ଓଏଚ୍‌ଆର୍‌ସିରେ ୩୧ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ରେ ହେବାକୁ ଥିବା ଶୁଣାଣି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ। କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ଶୁଣାଣି ସମୟରେ ସାଧାରଣତଃ କମିଶନଙ୍କ କାର୍ଯ୍ୟାଳୟରେ ଲୋକଙ୍କ ଗହଳି ହୋଇଥାଏ। ଭାଇରସ୍‌ ନ ବ୍ୟାପିବା ପାଇଁ ଗହଳି କିମ୍ବା ଭିଡ଼କୁ ସମ୍ପୂର୍ଣ୍ଣ ଏଡ଼ାଇବା ଲାଗି ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ଶୁଣାଣିକୁ ସ୍ଥଗିତ ରଖାଯାଇଥିବାରୁ କୌଣସି ପକ୍ଷ ଓଏଚ୍‌ଆର୍‌ସିକୁ ଆସିବାର ଆବଶ୍ୟକତା ନାହିଁ। ଯଦି ମାମଲା ଗୁରୁତ୍ୱପୂର୍ଣ୍ଣ ଥାଏ, ତେବେ ପକ୍ଷମାନେ କମିଶନଙ୍କ ନିକଟରେ ଇମେଲ କିମ୍ବା ଫାକ୍ସ ଯୋଗେ ପିଟିଶନ ଦାଖଲ କରିପାରିବେ ବୋଲି ଓଏଚ୍‌ଆର୍‌ସି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

Share