କରୋନା ଭୟ: ଚାଇନାରୁ ସ୍ବତନ୍ତ୍ର ବିମାନରେ ଆସିବେ ଭାରତୀୟ

ବେଜିଂ,୩୧।୧: ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନାର ୟୁହାନ ସହରରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ସେମାନଙ୍କୁ ଦୁଇଟି ବିମାନରେ ଫେରାଇ ଆଣିବା ପାଇଁ ଚାଇନା କର୍ତ୍ତୃପକ୍ଷଙ୍କୁ ଅନୁମତି ମଗାଯାଇଛି। ଶୁକ୍ରବାର ସାରେ ସୁଦ୍ଧା ସେମାନଙ୍କୁ ୟୁହାନ ସହରରୁ ଖାଲି କରାଯିବ ବୋଲି ବେଜିଂସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସେଠାରେ ଭାରତୀୟମାନଙ୍କୁ ଯାଞ୍ଚ କରାଯାଇ ବିମାନରେ ଅଣାଯିବା ପରେ ଏଠାରେ ଆଇଶୋଲେଶନରେ ରଖି ନିରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଚାଇନାରେ ବଢି ଚାଲିଛି କରୋନା ଭୂତାଣୁରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏବେସୁଦ୍ଧା ସେଠାରେ ଏହି ଭୂତାଣୁ ସଂକ୍ରମଣରେ ୨୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୭୭୦୦ ନୂଆ ସଂକ୍ରମିତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।

Share