କରୋନା ଭୟ: ଛେଳିକୁ ମାସ୍କ ପିନ୍ଧାଇଲେ ମାଲିକ

ଅମରାବତୀ,୯।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିଛି। କିଛିଦିନ ତଳେ ଦେଖିବାକୁ ମିଳିଥିଲା ଆମେରିକାର ଚିଡିଆଖାନାରେ ଏକ ବାଘ କରୋନାରେ ସଂକ୍ରମିତ ହୋଇଛି। ଏହାକୁ ଦେଖିବା ପରେ ଏବେ ଆନ୍ଧ୍ରପ୍ରଦେଶର କାଲୁର ମଣ୍ଡଳରେ ଜଣେ ବ୍ୟକ୍ତି କରୋନା ଭୟରେ ସେ ପାଳିଥିବା ଛେଳି ଗୁଡିକୁ ମାସ୍କ ପିନ୍ଧାଇ ଦେଇଛନ୍ତି। ଭେଙ୍କଟେଶ୍ୱର ରାଓ ନାମକ ଜଣେ ବ୍ୟକ୍ତି ତାଙ୍କର ୨୦ଟି ଛେଳି ପାଇଁ ନିଜ ହାତରେ ମାସ୍କ ତିଆରି କରି ପିନ୍ଧାଇଥିବା କହିଛନ୍ତି। ତାଙ୍କ ପରିବାର ଏହି ଛେଳିଗୁଡିକ ଉପରେ ନିର୍ଭର କରୁଥିବାରୁ ସେମାନଙ୍କୁ ସୁରକ୍ଷିତ ରଖିବାକୁ ସେ ଏଭଳି କରିଥିବା କହିଛନ୍ତି। ବାହାରକୁ ଛେଳି ଗୁଡିକୁ ଚରାଇବାକୁ ନେବା ସମୟରେ ସେ ମାସ୍କ ପିନ୍ଧାଇଥିବା କହିଛନ୍ତି। କାରଣ ନିକଟରେ ଆମେରିକାରେ ଏକ ବାଘକୁ କରୋନା ସଂକ୍ରମଣ ହୋଇଥିବା ଶୁଣିବା ପରେ ସେ ଏମିତି କରିଥିବା କହିଛନ୍ତି। ସୂଚନାଯୋଗ୍ୟ, ଚାଇନାର ଉହାନ ସହରରେ ଯେତେବେଳେ କରୋନା ମାହାମାରୀ ବ୍ୟାପିଥିଲା ସେତେବେଳେ ସେଠାକାର ଲୋକେ ସେମାନଙ୍କର ଗୃହପାଳିତ କୁକୁର, ବିଲେଇ ଆଦିଙ୍କୁ ମାସ୍କ ପିନ୍ଧାଇଥିବାର ଫଟୋ ଦେଖିବାକୁ ମିଳିଥିଲା।

Share