କରୋନା ଭୟ, ଫିକା ପଡ଼ିଲା ହୋଲି: ଶୁଭେଚ୍ଛା ବାର୍ତ୍ତାରେ ଅଟକିଲା

ଦାରିଙ୍ଗବାଡ଼ି,୧୦।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଙ୍ଗଳବାର ହୋଲିପର୍ବ କେବଳ ଶୁଭେଚ୍ଛା ବାର୍ତ୍ତାରେ ଅଟକି ରହିଛି ।  ଜଣେ ଜଣକୁ ଶୁଭେଚ୍ଛା ବାର୍ତ୍ତାକୁ ସୋସିଆଲ ମିଡିଆରେ ଦେଇ ଘରେ ଚୁପ୍‌ ବସିଛନ୍ତି ।  ସାରା ବିଶ୍ୱରେ କରୋନା ଭୂତାଣୁକୁ ନେଇ ଭୟ ଓ ଆତଙ୍କ ଦେଖାଯାଇଥିବା ବେଳେ ହୋଲି ନ ଖେଳିବା ପାଇଁ ପରାମର୍ଶ ଦିଆଯାଇଛି ।  ଏହାକୁ ନେଇ ଜନସାଧାରଣ ସଚେତନ ହେବା ସହ ଆଗଭଳି ହୋଲି ଖେଳିବାକୁ ପସନ୍ଦ କରିନାହାନ୍ତି ବରଂ ନିଜ ପରିବାର ସହ ଘରେ ସମୟ ଅତିବାହିତ କରିଛନ୍ତି ।  ହୋଲି ଖେଳିଲେ ହୁଏତ କରୋନା ଆକ୍ରାନ୍ତ ହେବା ଭୟ ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଇଛି ।  କିଛି ସ୍ଥାନରେ ଏହି ହୋଲି ଯୁବ ଗୋଷ୍ଠୀ ଖେଳିବା ଦେଖିବାକୁ ମିଳିଥିଲେ ମଧ୍ୟ ପୂର୍ବବର୍ଷ ଭଳି ଭିଡ଼ ଦେଖିବାକୁ ମିଳି ନ ଥିଲା ।  ଏକ ପ୍ରକାର ଚଳିତବର୍ଷ ହୋଲି ସମସ୍ତଙ୍କୁ ଫିକା କରିଦେଇଛି ।  ଗାଁ ଦାଣ୍ଡ, ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି ।

Share