Categories: ଫୁରସତ

କରୋନା ଭୟ: ବଜାରରେ ଗୋମୂତ୍ରରୁ ପ୍ରସ୍ତୁତ ହ୍ୟାଣ୍ଡ୍‌ ସାନିଟାଇଜର ଚାହିଦା ବଢୁଛି

ନୂଆଦିଲ୍ଲୀ,୧୨।୩: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସ୍‌ ଦ୍ୱାରା ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ଏହି କାରଣରୁ ବଜାରରେ ହ୍ୟାଣ୍ଡ ସାନିଟାଇଜରର ଖୁବ୍‌ ଚାହିଦା ବଢ଼ିବାରେ ଲାଗିଛି। ଭାରତର ଜଣେ ଦୋକାନୀ ହ୍ୟାଣ୍ଡ ସାନିଟାଇଜର ବିକ୍ରି କରୁଛନ୍ତି। ଏହା ବଜାରରେ କାଓପାଥି ନାମକ ଏକ ବ୍ରାଣ୍ଡ୍‌ରେ ଉପଲବ୍ଧ। ଯାହା ଗୋମୂତ୍ରରୁ ପ୍ରସ୍ତୁତ ହୋଇଛି। ଏହା ଆମାଜନ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ମଧ୍ୟ କିଣା ଯାଇପାରିବ। କାଓପାଥି କମ୍ପାନି ଏହାକୁ ମାର୍କେଟ୍‌ରେ ଲଞ୍ଚ କରିଛି। ଏହି ସାନିଟାଇଜରକୁ ଆଲ୍‌କହଲ ଫ୍ରି ପଦ୍ଧତିରେ ତିଆରି କରାଯାଇଛି। ଏଥିରେ ଗୋମୂତ୍ର, ସୁଗନ୍ଧିତ ତେଲ ଏବଂ ଗଙ୍ଗାଜଳ ବ୍ୟବହାର କରାଯାଇ ପ୍ରସ୍ତୁତ ହୋଇଛି।
କମ୍ପାନି ପକ୍ଷରୁ କୁହାଯାଇଛି, ଏହା ଗୋ ମୂତ୍ର ପରି ବାସିବ ନାହିଁ। ଗ୍ରାହକ ଏହାର ଦୁଇପ୍ରକାର ଫ୍ଲେଭର କିଣିପାରିବେ। ୨୦୧୮ରୁ ଏହି ପ୍ରଡକ୍ଟ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ କରୋନା ଭାଇରସ୍‌ ଯୋଗୁ ଏହାର ଚାହିଦା ଅଧିକ ବଢ଼ିଯାଇଛି।

Share