କରୋନା ଭୟ: ବାୟୋମେଟ୍ରିକ ବ୍ୟବହାର ନ କରିବାକୁ ବିଧାନସଭା କର୍ମଚାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): କରୋନା ଏକ ଭୟଙ୍କର ବ୍ୟାଧି ଭାବେ ସମଗ୍ର ବିଶ୍ୱକୁ କବଳିତ କରିଛି। ଭାରତରେ ମଧ୍ୟ ଏହା ଚିନ୍ତାର କାରଣ ପାଲଟିଛି। ଏହାର କୌଣସି ଔଷଧ ନ ଥିବାରୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହାର ସତର୍କତାମୂଳକ ପଦକ୍ଷେପ ପାଇଁ ସଚେତନତା ଉପରେ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ ସରକାର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଲାଗିଥିବା ବାୟୋମେଟ୍ରିକ ମେଶିନ ବ୍ୟବହାର ନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ସମସ୍ତ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ବୁଧବାର ସଚିବାଳୟ ପକ୍ଷରୁ ବାୟୋମେଟ୍ରିକ ମେଶିନ ବ୍ୟବହାର ନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କର୍ମଚାରୀମାନେ ବାୟୋମେଟ୍ରିକ ମେଶିନ ବଦଳରେ ରେଜିଷ୍ଟରରେ ଦସ୍ତଖତ କରି ନିଜର ଉପସ୍ଥାପନ କରିବା ପାଇଁ କୁହାଯାଇଛି।

Share