Categories: ଜାତୀୟ

କରୋନା ଭୟ: ବିଲେଇକୁ ଦେଶାନ୍ତର କରାଗଲା

ଚେନ୍ନାଇ,୪ା୩: ବିଶ୍ୱବ୍ୟାପୀ ଏବେ କରୋନା ଭାଇରସ୍‌ ଆତଙ୍କ। ଚାଇନାରୁ ମାଡ଼ି ଏବେ ୬୬ ଦେଶକୁ ଏହା ବ୍ୟାପିଲାଣି। ଭାରତ ବି ଏଥିରୁ ବାଦ୍‌ ପଡ଼ିନି। ଚାରିଆଡ଼େ ଏହାକୁ ଦେଇ ଭୟ ଲାଗିରହିଥିବା ବେଳେ ୨୦ ଦିନ ତଳେ ଚାଇନାରୁ ଏକ କଣ୍ଟେନର୍‌ରେ ଭୁଲବଶତଃ ଚେନ୍ନାଇ ଚାଲି ଆସିଥିବା ବିଲେଇକୁ ପୁଣି ଚେନ୍ନାଇ ବନ୍ଦରରୁ ସେଠାକୁ ପଠାଇ ଦିଆଯାଇଛି। କାରଣ ହେଉଛି, ବିଲେଇଟି କାଳେ କରୋନା ସଂକ୍ରମଣ ହୋଇଥିବ। ପେଟା ଇଣ୍ଡିଆର ଅନୁରୋଧ କ୍ରମେ ଏଭଳି କରାଯାଇଛି। ତେବେ ଗୃହପାଳିତ ଜୀବଙ୍କୁ କରୋନା କବଳିତ କରିପାରେ ନାହିଁ ବୋଲି ଆମେରିକା ପକ୍ଷରୁ ସଫେଇ ଦିଆଯାଇଛି। ତେବେ ସେ ଯାହାହେଉ, ଦୀର୍ଘ ୨୦ ଦିନର ଯାତ୍ରାରେ କିଛି ନ ଖାଇ ବିଲେଇଟି କିପରି ବଞ୍ଚିଲା, ତାକୁନେଇ ପ୍ରଶ୍ନ ଉଠିଛି। ସିଙ୍ଗାପୁର, କଲମ୍ବୋ ଆଦି ସ୍ଥାନରେ ଜାହାନରେ ଚାଲିଆସିଥିବା ଏହି ବିଲେଇ ମାଲ୍‌ ଲୋଡ୍‌, ଅନ୍‌ଲୋଡ୍‌ ବେଳେ ଆଉ କେଉଁଠାରୁ ଚାଲିଆସିନି ତ? ତାକୁନେଇ ମଧ୍ୟ ପ୍ରଶ୍ନ ଉଠିଛି। ଚାଇନାରେ ବିଲେଇକୁ ମାଂସ ଓ ଚମଡ଼ା ପାଇବା ଲାଗି ହତ୍ୟା କରାଯାଇଥାଏ। ତେଣୁ ବିଲେଇର ଦେଶାନ୍ତର କରା ନ ଯାଇ ତା’ର ଚିକିତ୍ସା କରାଯିବା ଉଚିତ୍‌ ହୋଇଥାନ୍ତା ବୋଲି କେତେକ ସଫେଇ ଦେଇଛନ୍ତି।

Share