Categories: ଜାତୀୟ

କରୋନା ଭୟ: ମାସ୍କ୍‌ ପିନ୍ଧି ସଂସଦରେ ପହଞ୍ଚିଲେ ଏମ୍‌ପି

ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ମଧ୍ୟ କରୋନା ଭୟ ଘାରିଛି। ଏହି ମର୍ମରେ ମହାରାଷ୍ଟ୍ରର ଅମରାବତୀ ଆସନରୁ ନିର୍ବାଚିତ ହୋଇଥିବା ଏମ୍‌ପି ନବନୀତ ରାଣା ସଂସଦରେ ମାସ୍କ୍‌ ପିନ୍ଧି ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ଇତିମଧ୍ୟରେ ଦେଶରେ ୨୮ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣ ଇଟାଲୀରୁ ଆସିଥିବା ଲୋକ ରହିଛନ୍ତି। ସରକାରଙ୍କ ପକ୍ଷରୁ କରୋନା ନେଇ ସତର୍କତା ସୂଚନା ଜାରି ହୋଇଛି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସରକାର ସୂଚନା ଦେଇଛନ୍ତି।

Share