କରୋନା ଭୟ: ମୁଖ୍ୟରାସ୍ତା ବନ୍ଦ କଲେ ଯୁବଗୋଷ୍ଠୀ

କେଗାଁ, ୨୯ା୩(ଡି.ଏନ.ଏ.)-କରୋନା ଭୟରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ ଗ୍ରାମର ଯୁବଗୋଷ୍ଠୀ ରବିବାରଠାରୁ ଗାଁକୁ ଥିବା ତିନି ପ୍ରବେଶ ପଥରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରଛନ୍ତି। ବାଉଁଶରେ କରୋନା ସଚେତନତା ବାର୍ତ୍ତା ଲେଖାଯାଇଛି। ଯୁବଗୋଷ୍ଠୀଙ୍କ କହିବା କଥା ଉକ୍ତ ରାସ୍ତା ଦେଇ ଅନେକ ଲୋକେ ବିନା କାମରେ ଚଳପ୍ରଚଳ କରୁଛନ୍ତି। ସେମାନଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦେବା ପାଇଁ ଏହି ବାଉଁଶ ସେମାନେ ବନ୍ଧିଥିବା କହିଛନ୍ତି। ଅତି ଜରୁରୀ କାମରେ ଯାଉଥିବା ଲୋକଙ୍କୁ ଛାଡି ଦିଆଯାଉଛି। ବିନା କାମରେ ବାହାରକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ କରୋନା ସମ୍ପର୍କରେ ସଚେତନ କରାଯାଉଥିବା ଯୁବକ ସଂଘର ସଦସ୍ୟମାନେ କହିଛନ୍ତି।

Share