କରୋନା ଭୟ: ରାସ୍ତାରେ ଶୋଉଥିବା ଲୋକଙ୍କୁ ୫-ଷ୍ଟାର ହୋଟେଲରେ ରଖିବେ ସରକାର

କାନବେରା,୩୧।୩: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳିଯାଇଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ସବୁ ଦେଶ ଭିନ୍ନ ଭିନ୍ନ ଉପାୟରେ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ଅଷ୍ଟ୍ରେଲିଆର ପର୍ଥ ସହର ଏକ ନିଆରା ଉଦ୍ୟମ ଆପଣାଇଛି। ସେଠାରେ ଏକ ନୂଆ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ରାସ୍ତାରେ ଶୋଉଥିବା ଲୋକଙ୍କୁ କରୋନାରୁ ରକ୍ଷା କରିବା ପାଇଁ ୫-ଷ୍ଟାର ହୋଟେଲରେ ରଖାଯିବ। ଏହି ପ୍ରୋଜେକ୍ଟର ନାମ ‘ ହୋଟେଲ ଓ୍ବିଥ୍‌ ହାର୍ଟ’ ରଖାଯାଇଛି। ପଶ୍ଚିମ ଅଷ୍ଟ୍ରେଲିଆ ସରକାର ଏହି ପ୍ରୋଜେକ୍ଟ ଉପରେ କାମ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଏମାନଙ୍କୁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ହୋଟେଲରେ ରଖାଯିବ। ତେବେ ପ୍ରଥମରୁ ୨୦ ବାସହରା ଲୋକଙ୍କୁ ପେନ ପେସିଫିକ୍‌ ହୋଟେଲରେ ରଖିବା ପାଇଁ ବ୍ୟବସ୍ଥା କରାଯିବ। ଏହାପରେ ଘରୋଇ ହିଂସାରେ ଶିକାର ହୋଇଥିବା ମହିଳା ଓ ମାନସିକବିକାର ଗ୍ରସ୍ତ ଲୋକଙ୍କୁ ସାମିଲ କରାଯିବ। ଯଦି ଏହି ପ୍ରୋଜେକ୍ଟ ସଫଳ ହୁଏ ତେବେ ହୋଟେଲର ୧୨୦ ରୁମ୍‌କୁ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ସୂଚନାମୁତାବକ ରାସ୍ତାରେ ରହୁଥିବା ଲୋକ ନିଜକୁ ଆଇସୋଲେଶନ୍‌ରେ ରଖିପାରୁ ନ ଥିବା ବେଳେ ଏମାନଙ୍କ ଦ୍ୱାରା ସଂକ୍ରମଣ ବ୍ୟାପିବାର ବହୁ ସମ୍ଭାବନା ରହିଛି। ତେଣୁ ଅଷ୍ଟ୍ରେଲିଆ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ବଡ଼ ଘୋଷଣା: ମୋଦିଙ୍କୁ ଗ୍ଲୋବାଲ ଶାନ୍ତି ପୁରସ୍କାର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୧୧: ଆମେରିକାରେ ଭାରତୀୟ-ଆମେରିକୀୟମାନେ ଏକଜୁଟ ହୋଇ ଏକ ନୂତନ ସଂଖ୍ୟାଲଘୁ ସଂଗଠନ ଆରମ୍ଭ କରିଛନ୍ତି। ମେରିଲାଣ୍ଡର ଚର୍ଚ୍ଚରେ ଏକ କାର୍ଯ୍ୟକ୍ରମରେ ଆସୋସିଏସନ ଅଫ ଇଣ୍ଡିଆନ-ଆମେରିକୀୟ ମାଇନର୍‌ରିଟିଜ୍‌(ଏଆଇଏଏମ୍‌)...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri