Categories: ଜାତୀୟ

କରୋନା ଭୟ ସତ୍ତ୍ୱେ ଭେଙ୍କଟେଶ୍ୱର ମନ୍ଦିରରେ ହେଲା ବିବାହ

ହାଇଦ୍ରାବାଦ,୨୧।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ କୌଣସି ସ୍ଥାନରେ ଲୋକେ ଏକାଠି ହେବାକୁ ସରକାର ବାରଣ କରିଛନ୍ତି। ଏହି ସମୟରେ ବିବାହ, ଜନ୍ମଦିନ ଭଳି ଉତ୍ସବ ପାଳନ ନ କରିବାକୁ ଅନୁରୋଧ କରାଯାଇଛି। ହେଲେ ପୂର୍ବରୁ ସ୍ଥିର କରାଯାଇଥିବା ଏକ ବିବାହ ଶୁକ୍ରବାର ଆନ୍ଧ୍ରପ୍ରଦେଶ ତିରୁମାଲାର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ଯଦିଓ ମନ୍ଦିର ମଧ୍ୟକୁ କୌଣସି ଭକ୍ତଙ୍କୁ ଯିବାକୁ ଅନୁମତି ପ୍ରଦାନ କରାଯାଉନାହିଁ ଏହାକୁ ଦେଖି କମ୍‌ ଲୋକଙ୍କ ଗହଣରେ ଉକ୍ତ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ଉତ୍ସବରେ ମାତ୍ର ୬ ଜଣ ଲୋକ ଯୋଗ ଦେଇଥିବା ଜଣାପଡିଛି। ସମସ୍ତେ କରୋନା ସତର୍କତା ମଧ୍ୟ ପାଳନ କରିଥିବା କୁହାଯାଏ।

Share