Categories: ଜାତୀୟ

କରୋନା ଭୟ: ସିଦ୍ଧିବିନାୟକଙ୍କ ଦର୍ଶନ ଉପରେ କଟକଣା ଲଗାଇଲା ଟ୍ରଷ୍ଟ

ମୁମ୍ବାଇ,୧୬।୩: କରୋନା ଭାଇରସ୍‌ ଆତଙ୍କକୁ ଦେଖି ଦେଶରେ ସବୁ ପ୍ରକାରର ସାବଧାନତା ଓ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଅଧିକାଂଶ ରାଜ୍ୟରେ ସ୍କୁଲ, କଲେଜ, ସିନେମା ହଲ, ମଲ ବନ୍ଦ କରାଯାଇଥିବା ବେଳେ ଗୋଟିଏ ସ୍ଥାନରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏକତ୍ରିତ ହେବା ପାଇଁ ବାରଣ କରାଯାଇଛି। ଏଭଳି ସ୍ଥିତିରେ ଏବେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଭକ୍ତଙ୍କ ପ୍ରବେଶକୁ ବନ୍ଦ କରାଯାଇଛି। ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଗାମୀ ସୂଚନା ଜାରି କରାଯିବା ପର୍ଯ୍ୟନ୍ତ ଭଗବାନ ସିଦ୍ଧିବିନାୟକଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଥିବା ଜଣାପଡ଼ିଛି। କାରଣ ମହାରାଷ୍ଟ୍ର ସମେତ ସାରା ଦେଶରେ ଏବେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ସୋମବାର ମୁମ୍ବାଇରେ କରୋନାର ୪ଟି ନୂଆ ମାମଲା ଚିହ୍ନଟ ହେବା ପରେ ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୩୭କୁ ଛୁଇଁଛି।

Share