କରୋନା ଭୟ: ହଳଦୀ ଚନ୍ଦନରେ ହୋଲି

ଢେଙ୍କାନାଳ ଅଫିସ୍, ୧୦ା୩- ଦ୍ରୁତ ଗତିରେ ବ୍ୟାପୁଥିବା କୋଭିଡ-୧୯ ବା କରୋନା ଭୂତାଣୁ ସଂକ୍ରମଣ ଭୟରେ ଢେଙ୍କାନାଳରେ ହୋଲି ପାଳନ ଫିକା ପଡିଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଲୋକେ ଅବିରରେ ରଙ୍ଗ ଖେଳିଥତ୍ବାବେଳେ ହୋଲି ପାଳନରୁ ଅଧତ୍କାଂଶ ନିଜକୁ ଦୂରେଇ ରଖିଥିଲେ। ସହରର ଗୋପବନ୍ଧୁ ଟାଉନହଲଠାରେ ଜଗତ ଉଦ୍ଧାର ମଞ୍ଚ ପକ୍ଷରୁ ହଳଦୀ ଓ ଚନ୍ଦନ ଗୁଣ୍ଡରେ ହୋଲି ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏଥିସହ ବରା, ଦହିବରା, ଘୁଗୁନି ଓ ଲସି ପିଅ।ଇ ଲୋକେ ଏହି ଉତ୍ସବ ଉପଭୋଗ କରିଛନ୍ତି। ଜନଗହଳି ସ୍ଥାନକୁ ନ ଯିବା, ମୁହଁରେ ରଙ୍ଗ ନ ଲଗାଇବା, ବାହାର ଲୋକଙ୍କୁ ଆଲିଙ୍ଗନ ନ କରିବା, କେମିକାଲ ରଙ୍ଗରୁ ଦୂରେଇ ଫଗୁ, ଅବିରରେ ରଙ୍ଗ ଖେଳିବା ଆଦି ନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ଦିଆଯାଇଥିଲା ।