କରୋନା ମହାମାରୀ ବେଲଗାମ: ମୃତ୍ୟୁ ସଂଖ୍ୟା ୩୬୧ ଛୁଇଁଲା;୨୪ ଘଣ୍ଟାରେ ୨୦୧୩ ଜଣ ସଂକ୍ରମିତ

ବେଜିଂ,୩।୨: ଚାଇନାର ବୁହାନରେ କରୋନା ମହାମାରୀ ବେଲଗାମ ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ଭୁତାଣୁ ସଂକ୍ରମଣରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭୁତାଣୁ ଯୋଗୁ ୨୦୧୩ ଜଣ ସଂକ୍ରମିତ ହୋଇଥିବା ସ୍ଥାନୀୟ ପ୍ରଶାସନ କହିଛି। ୧୬ ହଜାର ୬୦୦ ଲୋକଙ୍କଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ୯ ହଜାର ୬ ଶହ୧୮ଙ୍କୁ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ୪୭୮ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଉଛି।

Share