କରୋନା ମହାମାରୀ ସଙ୍କଟ ସମୟରେ କଂଗ୍ରେସ କରୁଛି ରାଜନୀତି: ଦିନେଶ ଶର୍ମା

ଲକ୍ଷ୍ନୌ,୨୦।୫: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ କଂଗ୍ରେସ ଘୃଣ୍ୟ ରାଜନୀତି ଆରମ୍ଭ କରିଛି ବୋଲି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା କହିଛନ୍ତି। ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ନେଇ କଂଗ୍ରେସ ନାନା ପ୍ରକାର ପ୍ରଚାର କରୁଥିବା ସେ କହିଛନ୍ତି। ଦେଶର ସଙ୍କଟ ସମୟରେ ପୂର୍ବରୁ କୌଣସି ରାଜନୈତିକ ଦଳ କଂଗ୍ରେସ ଭଳି ଏପରି ରାଜନୀତି କରି ନ ଥିବା ସେ କହିଛନ୍ତି। ପ୍ରବାସୀ ଶ୍ରମିକ ଭଲରେ ଘରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶରେ ଥିବା ୧୦ ଲକ୍ଷରୁ ଅଧିକ ଶ୍ରମିକ ନିଜ ନିଜ ଗୃହ ରାଜ୍ୟକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୫୦ ହଜାର ବସ୍‌ରେ ଘରକୁ ଫେରିଥିବା ଦିନେଶ ଶର୍ମା କହିଛନ୍ତି।

Share