Categories: ଜାତୀୟ

କରୋନା ମହାମାରୀ ସମୟରେ ଅବସର ନେଉଥିବା କର୍ମଚାରୀଙ୍କୁ ମିଳିବ ଅସ୍ଥାୟୀ ପେନ୍‌ସନ୍‌

ନୂଆଦିଲ୍ଲୀ,୨୮।୭: କରୋନା ମହାମାରୀକୁ ନେଇ ସାରା ବିଶ୍ୱର ସାଧାରଣ ଜୀବନଯାତ୍ରା ବିଗିଡି ଯାଇଥିବା ବେଳେ ଅର୍ଥବ୍ୟବସ୍ଥା ମଧ୍ୟ ବିଗିଡି ଯାଇଛି। ତେବେ ଦେଶର କେନ୍ଦ୍ରୀୟ କର୍ମଚାରୀଙ୍କୁ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି କରୋନା ମହାମାରୀ ସମୟରେ ଯେଉଁ କେନ୍ଦ୍ରୀୟ କର୍ମଚାରୀମାନେ ସେବା ନିବୃତ୍ତ ବା ଅବସର ନେବେ ସେମାନଙ୍କୁ ତୁରନ୍ତ ଅସ୍ଥାୟୀ ପେନ୍‌ସନ୍‌ ଯୋଗାଇ ଦିଆଯିବ। ଯେପର୍ଯ୍ୟନ୍ତ ସେମାନଙ୍କର ସ୍ଥାୟୀ ପେନ୍‌ସନ୍‌ ବ୍ୟବସ୍ଥା କରାଯାଇ ନାହିଁ ବା ଏହାକୁ ନେଇ ସମସ୍ତ କର୍ଯ୍ୟ ଶେଷ ହୋଇନାହିଁ ସେପର୍ଯ୍ୟନ୍ତ ସେମାନଙ୍କୁ ଅସ୍ଥାୟୀ ପେନ୍‌ସନ୍‌ ଯୋଗାଇ ଦିଆଯିବ। ତେବେ କରୋନା ମାହାମାରୀକୁ ନେଇ ଚାଲିଥିବା ଲକ୍‌ଡାଉନ ଯୋଗୁ ଏହି କାମରେ ବିଳମ୍ବ ହେଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Share