କରୋନା ମାଡ଼ରେ ରୋଜଗାର ଠପ୍‌: ସ୍କୁଲ ଫି’ ଛାଡ଼ କରିବାକୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୨୩।୪- କରୋନା ମୁକାବିଲା ନିମନ୍ତେ ଜାରି ଲକଡାଉନ୍‌ ଯୋଗୁ ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ନିଜେ ବଞ୍ଚିବା କଷ୍ଟକର ହୋଇପଡ଼ିଛି। ଏପରିସ୍ଥଳେ ସେମାନେ ନିଜ ପିଲାଙ୍କ ସ୍କୁଲ ଫି’ ଦେଇପାରିବେ ନାହଁି। ଏଣୁ ମାର୍ଚ୍ଚଠାରୁ ଜୁନ ପର୍ଯ୍ୟନ୍ତ ସ୍କୁଲ ଫି’ ଛାଡ଼ କରିବା ପାଇଁ ଗୁରୁବାର ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଆଇନଜୀବୀ ମହମ୍ମଦ ମୁସ୍ତାକ ଅନ୍‌ସାରୀ ଏହି ଆବେଦନ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟର ଜରିଆରେ ସ୍କୁଲ ଫି’ କମାଇବା ପାଇଁ ନିବେଦନ କରିଥିଲେ। ଏଣୁ ସ୍କୁଲ ଫି ଛାଡ଼ କରିବା ପାଇଁ ଘରୋଇ ସ୍କୁଲଗୁଡିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତୁ। ଅନ୍ୟପଟେ, ସ୍କୁଲ ବନ୍ଦ ହୋଇଥିବା ଯୋଗୁଁ ଘରୋଇ ସ୍କୁଲ ଗୁଡିକ ପ୍ରବଳ କ୍ଷତି ସହୁଛନ୍ତି। ଶିକ୍ଷକ ଏବଂ କର୍ମଚାରୀଙ୍କ ଦରମା ଦେଇ ପାରୁନାହାନ୍ତି। ଏଣୁ ଘରୋଇ ସ୍କୁଲଗୁଡିକୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଜନ ସ୍ବାର୍ଥ ମାମଲାରେ ଉଲ୍ଲେଖ କରାଯାଇଛି।

Share