ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ମୁକାବିଲା ସମସ୍ତଙ୍କ ପ୍ରାଥମିକତା ହୋଇଛି। ସାରା ବିଶ୍ୱରେ ଏହି ସ୍ବାସ୍ଥ୍ୟଗତ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଅର୍ଥନୀତିକୁ ବହୁଳ ଭାବେ ପ୍ରଭାବିତ କରିଛି। ବିଶେଷ କରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲକ୍ଷାଧିକ ରୋଜଗାର ସୁଯୋଗ ଦେଉଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କ୍ଷତିଗ୍ରସ୍ତ ହୋଇଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଏହାର ସିଂହଭାଗ ଅବଦାନ ରହିଥାଏ। ସେହି ଦୃଷ୍ଟିରୁ ଦେଖିଲେ ରାଜ୍ୟରେ ପ୍ରାୟ ୩,୩୦,୦୦୦ ଏମ୍ଏସ୍ଏମ୍ଇ ପ୍ରଭାବିତ ହୋଇଥିବା ଜଗରନ୍ନଟ ଆସୋସିଏଶନ୍ ଅଫ୍ ଏଣ୍ଟରପ୍ରିନ୍ୟୁର ପକ୍ଷରୁ କୁହାଯାଇଛି। ୨୧ ଦିନ ଲକ୍ଡାଉନ ଯୋଗୁ ସ୍ବାସ୍ଥ୍ୟସେବା, ସିକ୍ୟୁରିଟି ସଂସ୍ଥା, ଖାଦ୍ୟ ସମ୍ବନ୍ଧୀୟ ଉଦ୍ୟୋଗ ଚାଲୁ ରହିିଥିବା ବେଳେ ଅନ୍ୟାନ୍ୟ କ୍ଷେତ୍ର ବନ୍ଦ ରହିଛି। ଏହି କ୍ଷତିର ପରିମାଣ ୩୦ ହଜାର କୋଟି ଟଙ୍କା ହେବ ବୋଲି ଆସୋସିଏଶନ୍ ପକ୍ଷରୁ କୁହାଯାଇଛି। ତେଣୁ କିପରି ଏହି କ୍ଷେତ୍ରରେ ପୂର୍ବାବସ୍ଥା ଫେରାଇ ଅଣାଯାଇ ପାରିବ, ସେଥିପ୍ରତି ରାଜ୍ୟର ଶୀର୍ଷ ପ୍ରଶାସନ ଦୃଷ୍ଟିଦେଉ ବୋଲି ଆସୋସିଏଶନ୍ ପକ୍ଷରୁ କୁହାଯାଇଛି।