‘କରୋନା ମୁକାବିଲାରେ ଓଡ଼ିଶା ଅଗ୍ରଣୀ’

ଭୁବନେଶ୍ୱର, ୨୯।୫(ବ୍ୟୁରୋ): କରୋନା ମୁକାବିଲାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ବୋଲି ଗୁରୁବାର କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଭିଡିଓ କନ୍‌ଫରେନ୍ସିଂ ବୈଠକରେ ସାମିଲ ହୋଇଛନ୍ତି। କରୋନା ନେଇ ବିଭିନ୍ନ ରାଜ୍ୟର ସ୍ଥିତି ସମ୍ପର୍କରେ ଏକ ସମୀକ୍ଷା କରାଯିବାପରେ ଜଣାପଡ଼ିଛି, କରୋନା ପରିଚାଳନାରେ ଓଡ଼ିଶା ଅଗ୍ରଣୀ ସ୍ଥାନରେ ରହିଛି। ରାଜ୍ୟର ପ୍ରତି ନିୟୁତ ଜନସଂଖ୍ୟାରେ ୩୦୨୯ ପରୀକ୍ଷା କରାଯାଇଛି। ସର୍ବଭାରତୀୟ ସ୍ତରରେ ଏହି ସଂଖ୍ୟା ୨୪୯୦ ରହିଛି। ଜାତୀୟସ୍ତର ହାର ଅନୁଯାୟୀ ପ୍ରତି ୨୧ ପରୀକ୍ଷାରୁ ଜଣେ ଲେଖା କରୋନା ପଜିଟିଭ ବାହାରୁଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ଅତି କମ୍‌ ରହିଛି। ଏଭଳି ସ୍ଥିତିରେ ଓଡ଼ିଶାରେ ହାରାହାରି ୮୪ ନମୁନାରୁ ଗୋଟିଏ ପଜିଟିଭ କେସ୍‌ ମିଳୁଛି। ମୃତ୍ୟୁହାରରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ୦.୪୨ପ୍ରତିଶତ ଥିବାବେଳେ ସର୍ଭଭାରତୀୟ ମୃତ୍ୟୁହାର ୨.୮୬ପ୍ରତିଶତ ରହିଛି। ଏବେସୁଦ୍ଧା ରାଜ୍ୟରେ ୧,୩୯,୩୧୧ ନମୁନା ପରୀକ୍ଷା କରାସରିଛି। ରାଜ୍ୟରେ ୪୯ପ୍ରତିଶତ ଭାଗ ଆକ୍ରାନ୍ତ ଲୋକ ସୁସ୍ଥ ହୋଇଛନ୍ତି। ସର୍ବଭାରତୀୟ ହାରଠାରୁ ପ୍ରାୟ ୭ପ୍ରତିଶତ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

୬ ଘଣ୍ଟାରେ ବାତ୍ୟା! ଓଡ଼ିଶାର ଏହିସବୁ ଜିଲାରେ ଛେଚିବ…

ଭୁବନେଶ୍ୱର,୨୯।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ପେଙ୍ଗାଲ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗାଲ ଭୟଙ୍କର ରୂପ ଧାରଣ କରିଛି । ଅପରାହ୍ନଣ ୨ଟା ୩୦ରେ ବାତ୍ୟାର...

ଦେଶର ପାଓ୍ବାରଫୁଲ ୧୦ ଡିଜି, କାଲି ହେବ ରଣନୀତି, ଶତ୍ରୁପକ୍ଷ…

ଭୁବନେଶ୍ୱର,୨୯।୧୧: ଭୁବନେଶ୍ୱରରେ ହେବ ରଣନୀତି। ସାବାଡ ହେବେ ଶତ୍ରୁ। ଟପ୍‌ ପୋଲିସ ଅଫିସରଙ୍କ ସହ ରଣନୀତି ପ୍ରସ୍ତୁତ କରିବେ ଅଜିତ ଡୋଭାଲ। ତାଙ୍କ ନାଁ ଉଣା...

ଦେଓମାଳିରେ ତମ୍ବୁ ଲଗାଇବା ନେଇ କଟକଣା ଜାରି କଲା ପ୍ରଶାସନ

ପଟ୍ଟାଙ୍ଗି୨୯।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ରହିଛି ଦେଓମାଳି ପର୍ଯ୍ୟଟନ ସ୍ଥଳ। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବାର ଏବଂ...

ଲଘୁଚାପ ବର୍ଷା ବଢାଇଲା ଚାଷୀଙ୍କ ଚିନ୍ତା

ଧରାକୋଟ,୨୯ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଗଞ୍ଜାମ ଜିଲାରେ ଶୁକ୍ରବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହି ପୂର୍ବାହ୍ନ ୧୦ଟାରୁ ବର୍ଷା...

ବସିଥିଲେ ମୋଦି, ଏ କ’ଣ କହିଦେଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର,୨୯।୧୧: ବିିମାନବନ୍ଦରରୁ ସିଧା ସଭାସ୍ଥଳରେ ପହଞ୍ଚିଥିଲେ ମୋଦି । ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ମଞ୍ଚ ଉପରକୁ ମୋଦିଙ୍କୁ ସ୍ବାଗତ କରିଥିଲେ ।...

ନିର୍ବାଚନ ପରେ ସବୁଠୁ ବଡ଼ ଆଟାକ୍‌ କଲେ ମୋଦି! ବିରୋଧୀ ଛାନିଆ…

ଭୁବନେଶ୍ୱର,୨୯।୧: ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପହଞ୍ଚିବା ପରେ ସେ ଏୟାରପୋର୍ଟରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଭାଷଣ ଆରମ୍ଭରୁ ସେ ଓଡ଼ିଆରେ ଜୟ...

ବିଦ୍ୟାଳୟ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ୪ ବର୍ଷ ଜେଲ୍‌

ବାଲିଗୁଡ଼ା,୨୯ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ଭିଜିଲାନ୍ସ ଜଜ୍‌ ଏକ ଦୁର୍ନୀତି ଓ ଅର୍ଥ ଆତ୍ମସାତ ମାମଲାର ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବାଲିଗୁଡ଼ା ବ୍ଲକ...

ଓଡ଼ିଆରେ ଏତେ ବଡ଼କଥା କହିଦେଲେ ମୋଦି

ଭୁବନେଶ୍ୱର,୨୯।୧୧: ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପହଞ୍ଚିବା ପରେ ସେ ଏୟାରପୋର୍ଟରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଭାଷଣ ଆରମ୍ଭରୁ ସେ ଓଡ଼ିଆରେ ସମ୍ବୋଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri