କରୋନା ମୁକାବିଲାରେ ପ୍ରଶାସନ ବିଫଳ: କଂଗ୍ରେସ

ବାସୁଦେବପୁର,୮ା୬(ଡି.ଏନ୍‌.ଏ.)- ବାସୁଦେବପୁର ନଗର କଂଗ୍ରେସ ପକ୍ଷରୁ ଉଚ୍ଚଡିହା ଗ୍ରାମଠାରେ ଏକ ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଛି। କରୋନା ମୁକାବିଲା କ୍ଷେତ୍ରରେ ପ୍ରଶାସନ ପୂର୍ଣ୍ଣମାତ୍ରାରେ ବିଫଳ ହୋଇଥିବା ସହିତ ବିଭିନ୍ନ ସମସ୍ୟା ବାବଦରେ ଅଭିଯୋଗ ଉଠାଇଛି। ବିଶେଷ କରି ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ଠିକ୍‌ ଭାବରେ କରାଯାଇ ନ ଥିବା ସହିତ ଖାଦ୍ୟ ପାନୀୟ ପ୍ରଦାନରେ ଅନିୟମିତତା ହୋଇଥିବା ନେଇ କଂଗ୍ରେସ ଅଭିଯୋଗ ଆଣିଛି। ଅରଣ୍ଡୁଆ, ବରଣ୍ଡୁଆ, ଅଢ଼ୁଆଁ, ବିନାୟକପୁର ସମେତ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ବ୍ୟାପକ ଦୁର୍ନୀତି ହେବା ସହିତ ସେଠାରେ ରହୁଥିବା ପ୍ରବାସୀଙ୍କର ସ୍ବାବ ଟେଷ୍ଟ ନ ହେବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହି ଖବରଦାତା ସମ୍ମିଳନୀରେ ଜିଲା କଂଗ୍ରେସ ସଭାପତି ଅଶୋକ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ବେହେରା, ବରିଷ୍ଠ ନେତା ରତ୍ନାକର ମଲ୍ଲିକ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share