ଭୁବନେଶ୍ୱର, ୧୬।୪(ବ୍ୟୁରୋ): ମହାମାରୀ କରୋନା ସମଗ୍ର ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହାର ପ୍ରକୋପ ଓଡ଼ିଶା ଉପରେ ପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ପ୍ରଭାବରେ ଓଡ଼ିଶାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ଜଣ ଅସୁସ୍ଥ ଅଛନ୍ତି। ୧୯ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। । ଏଭଳି ପରିସ୍ଥିତିରେ ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ। ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର।
ସେ କହିଛନ୍ତି, କରୋନା ସ୍ଥିତିକୁ ଦେଖି ସରକାର ଏକ୍ଡାଉନ୍ ଘୋଷଣା କରିଥିଲେ। ଏହାକୁ ଲୋକେ ମାନିଥିବାରୁ ଏବେ ଓଡ଼ିଶାରେ କରୋନା ଆୟତ୍ତରେ ରହିଛି। ଆଗାମୀ ଦିନରେ ଲୋକମାନେ ଲକ୍ଡାଉନ୍ ନିୟମକୁ କଡ଼ାକଡ଼ି ଭାବେ ମାନିବାକୁ ଅନୁରୋଧ। କାରଣ ଆଗାମୀ ୮ରୁ ୧୦ ଦିନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ