Advertisement
Categories: ଖେଳ

କରୋନା ମୁକାବିଲା: ଓସିଏ ଦେଲା ଦେଢ଼ କୋଟି

କଟକ ଅଫିସ୍‌, ୯ା୪-କରୋନା ମୁକାବିଲା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)। ଓସିଏ ପକ୍ଷରୁ ମୋଟ ଦେଢ଼ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଓସିଏ ୧କୋଟି ଟଙ୍କା ପ୍ରଦାନ କରିଛି। ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଜରିଆରେ ବୁଧବାର ଏହି ଅର୍ଥ ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ୫୧କୋଟି ଟଙ୍କା ସହାୟତା କରିବ ବୋଲି ଘୋଷଣା କରିଛି । ଏଥିରେ ଓସିଏ ସହଯୋଗ ପୂର୍ବକ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ବିସିସିଆଇ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛି। ପୂର୍ବରୁ ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି ନିଜ କମ୍ପାନୀ ତରଫରୁ ୧କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିସାରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel