କରୋନା ମୁକାବିଲା: କଟକରୁ ୬୭୯ଟି ଗାଡ଼ି ଜବତ, ୯ ମାମଲା ରୁଜୁ

କଟକ ଅଫିସ,୧୫।୪: କରୋନା(କୋଭିଡ-୧୯) ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନେଇ କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ କଟକଣା ଲାଗୁ କରାଯାଇଥିବା ବେଳେ ଅଧିକାଂଶ ଅମିନାଆ ଏହାକୁ ମାନୁ ନାହାନ୍ତି। ଫଳରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏ ନେଇ ମଙ୍ଗଳବାର ସକାଳୁ ବୁଧବାର ସକାଳ ପର୍ଯ୍ୟନ୍ତ ୯ଟା ମିଲା ରୁଜୁ ହୋଇଥିବା ବେଳେ ୬୭୯ଟି ଗାଡ଼ି ଜବତ ହୋଇଛି। ସେହିଭଳି ମାସ୍କ ନ ପିନ୍ଧିବା ଯୋଗୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୨୪୩ ଜଣ ଧରାପଡିଛନ୍ତି। ସେମାନଙ୍କଠାରୁ ୨ଶହ ଟଙ୍କା ଲେଖାଏ ଜରିମାନା ଆଦାୟ ହୋଇଥିବା ଜଣାପଡ଼ିଛି।

Share