କରୋନା ମୁକାବିଲା ଚିନ୍ତା: ଏମ୍‌କେସିଜିରେ ଖୋଲାଯାଇଛି ସ୍ବତନ୍ତ୍ର ଓ୍ବାର୍ଡ, ହୋଲି ନ ଖେଳିବାକୁ ଜିଲାପାଳଙ୍କ ପରାମର୍ଶ

ଛତ୍ରପୁର,୮ା୩(ଡି.ଏନ୍‌.ଏ.)- କରୋନା ଭାଇରସ୍‌ ନେଇ ସତର୍କତା ଅବଲମ୍ବନ ପରିପ୍ରେକ୍ଷୀରେ ବାହାରେ ହୋଲି ନ ଖେଳିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜନସାଧାରଣଙ୍କୁ ରବିବାର ପରାମର୍ଶ ଦେଇଛନ୍ତି। ଆବଶ୍ୟକ ହେଲେ ଘରେ ଖେଳନ୍ତୁ ବୋଲି ଜିଲାପାଳ କହିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗ ସମେତ ସମସ୍ତ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି। ଏମ୍‌କେସିଜିରେ ଏକ ସ୍ବତନ୍ତ୍ର ଆଇସୋଲେଶନ ୱାର୍ଡ ଖୋଲାଯାଇଛି। ଆବଶ୍ୟକ ପଡ଼ିଲେ ସେଠାରେ ରଖାଯାଇ ନିରୀକ୍ଷଣ କରିବାର ବ୍ୟବସ୍ଥା ହୋଇଛି। ସ୍କୁଲ ପିଲାମାନଙ୍କୁ ହାତ ଧୋଇବା, ମାସ୍କ କିମ୍ବା ରୁମାଲ ବ୍ୟବହାର ଓ ଭିଡ଼ ମଧ୍ୟକୁ ନ ଯିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।

Share