କରୋନା ମୁକାବିଲା ଚିନ୍ତା: ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌; ଏସ୍‌ସିବିରେ କରୁଛନ୍ତି ପରିସ୍ଥିତି ଅନୁଧ୍ୟାନ

କଟକ ଅଫିସ,୬।୨: ସାରା ବିଶ୍ୱରେ ପ୍ରାଣଘାତକ କରୋନା ଭୂତାଣୁ ଆତଙ୍କ ଖେଳାଇଥିବା ବେଳେ ଭାରତର କେରଳରେ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛି। ଓଡ଼ିଶାରେ ମଧ୍ୟ କିଛି ରୋଗୀଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଟିମ୍‌ ଗୁରୁବାର ଏସ୍‌ସିବି ପରିଦର୍ଶନ କରିଛନ୍ତି। ସେଠାରେ ଟିମ୍‌ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ କରୋନା ମୁକାବିଲା ନେଇ ପ୍ରସ୍ତୁତିର ଅନୁଧ୍ୟାନ କରୁଥିବା ସୂଚନା ମିଳିଛି।

ପ୍ରକାଶ ଯେ, କରୋନା ଭୂତାଣୁ ମୃତ୍ୟୁସଂଖ୍ୟା ଅଦ୍ୟାବଧି ୫୫୦ ଟପି ସାରିଲାଣି। ଭାରତର କେରଳରେ ଦୁଇଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିଭଳି ଓଡ଼ିଶାର ଜଣେ ଛାତ୍ର କରୋନା ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଥିଲା। ହେଲେ ତାଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ ଆସିଥିଲା।

Share