କରୋନା ମୁକାବିଲା ଚିନ୍ତା: ତାଲିମ ନେବେ ୧୬୨୦ ଆୟୁଷ ଡାକ୍ତର

ଭୁବନେଶ୍ୱର,୮।୪(ବ୍ୟୁରୋ): କରୋନା ମୁକାବିଲା ଲାଗି ଏମ୍‌ବିବିଏସ୍‌ ଛାତ୍ରୀଛାତ୍ରଙ୍କୁ ତାଲିମ ଦେଇ ନିୟୋଜିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ହୋମିଓପାଥିକ, ଆୟୁର୍ବେଦିକ, ଏଏନ୍‌ଏମ୍‌ଙ୍କୁ ସରକାର ତାଲିମ ଦେବେ। ଏ ନେଇ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସମସ୍ତ ଜିଲା ଆୟୁର୍ବେଦିକ ମେଡିକାଲ ଅଫିସର ଓ ହୋମିଓପାଥିକ ଅଫିସରଙ୍କୁ ଚିଠି ଲେଖିଛନ୍ତି। ବିଭିନ୍ନ ହସ୍ପିଟାଲରେ ନିୟୋଜିତ ଡାକ୍ତର, ଶେଷ ବର୍ଷ, ତୃତୀୟ ବର୍ଷର ପିଜି ଓ ୟୁଜି ଛାତ୍ରୀଛାତ୍ରଙ୍କୁ ତାଲିମ ଦିଆଯିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମାଟେରିଆଲ ଯୋଗାଇ ଦେବ। ତେବେ ମୋଟ ପ୍ରାୟ ୧୬୨୦ଜଣଙ୍କ ତାଲିମ ଦେବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

Share