କରୋନା ମୁକାବିଲା ଚିନ୍ତା: ଦାରିଙ୍ଗବାଡ଼ି ପୋଲିସକୁ ସହଯୋଗ କରିବେ ସ୍ବେଚ୍ଛାସେବୀ

ଦାରିଙ୍ଗବାଡ଼ି,୧୧।୪(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପୋଲିସ ସିମା ସିଲ୍‌ କରିବା ସହ ଦିନରାତି ପାଟ୍ରୋଲିଂ କରୁଛି। ଦାରିଙ୍ଗବାଡ଼ି ଚାରିଛକ ସମେତ ଡବେରୀ, ସିମନବାଡ଼ି, ବାଡାବାଙ୍ଗା ଆଦି ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ାପହରା ଦିଆଯାଉଛି। ପୋଲିସକୁ ସହଯୋଗ କରିବା ପାଇଁ ଉକ୍ତ ଅଞ୍ଚଳର କିଛି ଯୁବଗୋଷ୍ଠୀ ସ୍ବେଚ୍ଛାକୃତ ଭାବେ ନିୟୋଜିତ ହୋଇଛନ୍ତି। ସେମାନେ ବିଭିନ୍ନ ନାକାବନ୍ଦି ସ୍ଥାନ ସମେତ ଗାଁ ଗାଁରେ ଲୋକଙ୍କୁ କରୋନା ସଂକ୍ରମଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ କୌଣସି ବାହାର ଜିଲା କିମ୍ବା ରାଜ୍ୟର ଲୋକ ପ୍ରବେଶ କଲେ ସେ ସମ୍ପର୍କରେ ପ୍ରଶାସନ ନିକଟରେ ସୁଚନା ପ୍ରଦାନ କରିବା ସହ ପୋଲିସକୁ ସହାୟତା ପ୍ରଦାନ କରିବେ । ଇତିମଧ୍ୟରେ ୨୦ ଜଣଙ୍କୁ ସ୍ବେଚ୍ଛାସେବୀ ଭାବେ ନିୟୋଜିତ କରାଯାଇଥିବା ଆଇଆଇସି କୌଶିକ ମାଝୀ କହିଛନ୍ତି । କିଭଳି ଏହି ସ୍ବେଚ୍ଛାସେବୀ ଯୁବକ ମାନେ ପୋଲିସକୁ ସହାୟତା କରିବେ ସେନେଇ ଆଇଆଇସି ମାଝୀ ତାଲିମ ପ୍ରଦାନ କରିଥିବା କହିଛନ୍ତି ।

Share