କରୋନା ମୁକାବିଲା ଚିନ୍ତା: ବିଏମ୍‌ସି ପକ୍ଷରୁ ସ୍କ୍ବାଡ ଗଠନ; ପାନଛେପ ପକାଇଲେ କର୍ମଚାରୀଙ୍କୁ ୫ଶହ ଜରିମାନା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ଭୂତାଣ ସଂକ୍ରମଣର ଭୟାବହତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ ଶନିବାର ପ୍ରତିକ୍ରିୟା ରଖି ବିଏମ୍‌ସି କମିଶନର କହିଛନ୍ତି, ୩ଟି ଜୋନା ପାଇଁ ପୃଥକ୍‌ ପୃଥକ୍‌ ସ୍କ୍ବାଡ ଗଠନ କରାଯାଇଛି। ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ସ୍କ୍ବାଡ ଗଠନ ହୋଇଛି। ପ୍ରତି ଟିମ୍‌ରେ ପୋଲିସ ସହ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ଅଛନ୍ତି। ମାସ୍କ ଓ ସାନିଟାଇଜର ହୋଡିଂ ରୋକିବାକୁ ପଦକ୍ଷେପ ନିଆଯିବ। ଯଦି କେହି ନିର୍ଦ୍ଦେଶ ଖିଲାପ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିବାହ ବନ୍ଦ ହେବ ନାହିଁ। ବରଂ ଅଧିକ ଜନସମାଗମକୁ ବାରଣ କରାଯିବ। ବିଡିଏ/ବିଏମ୍‌ସି କର୍ମଚାରୀଙ୍କୁ ଅଫିସରରେ ଛେପ ପକାଇବାକୁ ମନା କରାଯାଇଛି। ଯଦି କେହି ବିଡିଏ/ବିଏମ୍‌ସି କର୍ମଚାରୀ ଅଫିସରେ ଛେପ ପକାନ୍ତି ତାଙ୍କୁ ୫ଶହ ଟଙ୍କା ଫାଇନ କରାଯିବ। ଅପରପକ୍ଷେ ମଲ୍‌ ବନ୍ଦ କରିବା ପାଇଁ କୌଣସି ନିର୍ଦ୍ଦେଶ ନ ଥିବା ସେ କହିଛନ୍ତି।

Share