କରୋନା ମୁକାବିଲା: ଜି.ଉଦୟଗିରି ବିଧାୟକ ଦେଲେ ୪୦ ଲକ୍ଷ

ଦାରିଙ୍ଗବାଡ଼ି,୭।୪(ଡି.ଏନ.ଏ)- କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲାପ୍ରଶାସନକୁ ପ୍ରଚୁର ପାଣ୍ଠିର ଆବଶ୍ୟକତା ରହିଛି। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ତାଙ୍କ ଅତିରିକ୍ତ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ନିଜ ନିର୍ବାଚନ ମଣ୍ଡଳୀ ଟିକାବାଲି, ଜି.ଉଦୟଗିରି, ରାଇକିଆ ଏବଂ ଦାରିଙ୍ଗବାଡ଼ି ସକାଶେ ଏନେଇ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ଜିଲାପାଳ ଡ. ବୃନ୍ଦା ଡିଙ୍କୁ କ୍ଷମତା ପ୍ରଦାନ କରିଥିବା ଚିଠି ସ୍ଥାନୀୟ ବିଡିଓ ଡ. ଜଗଦୀଶ ଷଡଙ୍ଗୀଙ୍କ ଜରିଆରେ ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଯେ, ପୂର୍ବରୁ ବିଧାୟକ ପ୍ରଧାନ ଏଥିଲାଗି ୨୦ ଲକ୍ଷ ନିଜ ପାଣ୍ଠିରୁ ଖର୍ଚ୍ଚ କରିବାକୁ ଜିଲାପ୍ରଶାସନକୁ ନିବେଦନ କରିଥିଲେ।